Triumph ଭାରତୀୟ ବଜାରରେ ଏହାର ଏଣ୍ଟ୍ରି ଲେବଲ ଆଡଭେଞ୍ଚର ବାଇକ୍ କୁ ଏକ ନୂତନ ଭାରିଆଣ୍ଟ ସହିତ ଲଞ୍ଚ କରିଛି, ଯାହା ହେଉଛି Triumph Scrambler 400 XC (ଟ୍ରାୟମ୍ଫ ସ୍କ୍ରାମ୍ବଲର୍ 400 XC) । ଭାରତୀୟ ବଜାରରେ ପୂର୍ବରୁ ଥିବା Triumph Scrambler 400X, ସମସ୍ତ ପ୍ରକାରର ରାସ୍ତାରେ ଚାଲିବା ପାଇଁ ଡିଜାଇନ୍ କରାଯାଇଥିଲା।
କିନ୍ତୁ ଏବେ ଏବେ ଲଞ୍ଚ ହୋଇଥିବା ସ୍କ୍ରାମ୍ବଲର୍ 400 XC Off-roading କିମ୍ବା Adventure ଯାତ୍ରା ପାଇଁ ତିଆରି କରାଯାଇଛି। ଏଠାରେ ବାଇକ ଚାଳକଙ୍କ ମନରେ ପ୍ରଶ୍ନ ଉଠେ ଯେ Triumph Scrambler 400 XC (ଟ୍ରାୟମ୍ଫ ସ୍କ୍ରାମ୍ବଲର୍ 400 XC) କଣ ପ୍ରକୃତରେ ଆଡଭେଞ୍ଚର ପାଇଁ ଲାଭଦାୟକ କି? ଏହି ବିଷୟ ରେ ରେ ଆମେ ଏହାର ସମ୍ପୂର୍ଣ ଉତ୍ତର ଦେବାକୁ ଚେଷ୍ଟା କରିଛୁ। ଦୟା କରି ଆର୍ଟିକଲ ଟିକୁ ପୁରା ପଢନ୍ତୁ।
Triumph Scrambler 400 XC
Triumph ଏବେ ଏବେ Scrambler 4000 X କୁ ବହୁତ ସାରା ଅପଡେଟ ସହିତ Scrambler 4000 XC ନାମ ରେ ଲଞ୍ଚ କରିଛି ଏବଂ ଏହାକୁ Scrambler 400 XC ଭାବରେ ଅନେକ ଅପଡେଟ୍ ଦିଆଯାଇଛି। ଏହାର ଏକ୍ସ-ସୋରୁମ୍ ମୂଲ୍ୟ Rs. 2.94 lakh ରଖାଯାଇଛି , ଯାହା 400 X ଭାରିଆଣ୍ଟ ଅପେକ୍ଷା 28,000 ଟଙ୍କା ମହଙ୍ଗା। ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ ଏହି ବାଇକ୍ 400X ରୁ ଅଧିକ ଶକ୍ତିଶାଳୀ ଏବଂ Adventure କାର୍ଯ୍ୟ ପାଇଁ ଉପଯୁକ୍ତ କି?
ତେଣୁ ଏହି ଆର୍ଟିକିଲ୍ ମାଧ୍ୟମରେ, ଆସନ୍ତୁ ଏହି ବାଇକ୍ର ଇଞ୍ଜିନ୍, ବ୍ରେକିଂ ସସପେନସନ୍ ଏବଂ ଅଫ୍-ରୋଡିଂ କ୍ଷମତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ଚେଷ୍ଟା କରିବା। ସମ୍ପୂର୍ଣ୍ଣ ସୂଚନା ପାଇବା ପାଇଁ, ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।
Read Also: ଭାରତର ପ୍ରଥମ BMW CNG Bike: 1 ଲିଟର CNG ରେ 330 km ଗଡିବ
ଇଞ୍ଜିନ୍ ଏବଂ କାର୍ଯ୍ୟଦକ୍ଷତା
Scrambler 400 XC ଭାରିଆଣ୍ଟର ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ଏଥିରେ 400 X ର ସମାନ ଇଞ୍ଜିନ ବ୍ୟବହାର କରାଯାଇଛି। ଯେପରିକି, ଏଥିରେ ଏକ 398cc liquid-cooled, single-cylinder ଇଞ୍ଜିନ୍ ଅଛି, ଯାହା ପ୍ରାୟ 39.5bhp ପାୱାର ଏବଂ 37.5Nm ଟର୍କ ଜେନେରେଟ୍ କରେ। ଏଥିରେ ଏକ 6-Speed ଗିଅରବକ୍ସ ମଧ୍ୟ ଅଛି ଯାହା ସମସ୍ତ ଗିଅରରେ ସମାନ ଶକ୍ତି ପ୍ରଦାନ କରେ।
Specification | Details |
---|---|
Engine Type | Liquid-cooled, 4-valve, DOHC, single-cylinder |
Displacement | 398.15 cc |
Max Power | 40 PS @ 8,000 rpm (39.5 bhp @ 8,000 rpm) |
Max Torque | 37.5 Nm @ 6,500 rpm |
Fuel System | Fuel-injected |
Transmission | 6-speed |
Bore | 89 mm |
Stroke | 64 mm |
Compression Ratio | 12:1 |
Cooling System | Liquid-cooled |
ଟ୍ରାୟମ୍ଫ ସ୍କ୍ରାମ୍ବଲର୍ 400 XC ଚକ ର ଡାଇମେନ୍ସନ୍
Scrambler 400 XC କୁ 400 X ଠାରୁ ଭିନ୍ନ ଏବଂ ଉନ୍ନତ ଅଫ୍-ରୋଡିଂ ପାଇଁ ଟ୍ୟୁବଲେସ୍, କ୍ରସ୍-ସ୍ପୋକ୍ ଚକ ସହିତ ଉପଲବ୍ଦ କରାଯାଇଛି। କିନ୍ତୁ ଏହାର ଚକ ଆକାର Scrambler 400X ପରି 19-17 ଇଞ୍ଚ ରଖାଯାଇଛି। ଏହା ବ୍ୟତୀତ, ଯଦି ଆମେ ସସପେନସନ ବିଷୟରେ କଥା ହେବା, ତେବେ ଏହାର ଆଗ ଭାଗରେ 150mm ଚକ ବେସ୍ ସହିତ 43mm USD ସସପେନସନ ଅଛି ଏବଂ ଯଦି ଆମେ ପଛ ଭାଗ ବିଷୟରେ କଥା ହେବା, ତେବେ ପ୍ରି-ଲୋଡ୍ ଆଡଜଷ୍ଟେବଲ୍ ଗ୍ୟାସ୍ ମେନଶକ୍ RSU ସସପେନସନ ଅଛି। ଗ୍ରାଉଣ୍ଡ କ୍ଲିଅରାନ୍ସ ବିଷୟରେ କହିବାକୁ ଗଲେ, ଏହାର ଗ୍ରାଉଣ୍ଡ କ୍ଲିଅରାନ୍ସ ପ୍ରାୟ 195mm ଅଟେ।
ଟ୍ରାୟମ୍ଫ ସ୍କ୍ରାମ୍ବଲର୍ 400 XC ସିଟ୍ ର ଉଚ୍ଚତା କେତେ
ଏକ ଆଡଭେଞ୍ଚର ବାଇକ୍ ପାଇଁ, ଏହାର ସିଟ୍ ଉଚ୍ଚତା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ Scrambler 400 XC ର ସିଟ୍ ଉଚ୍ଚତା 835mm। ଏହି ସିଟ୍ ଉଚ୍ଚତା ସହିତ ଆପଣ ବହୁତ ଭଲ ଅଫ୍-ରୋଡିଂ କରିପାରିବେ, କିନ୍ତୁ ଏହି ସିଟ୍ ଉଚ୍ଚତା ଛୋଟ ଆରୋହୀଙ୍କ ପାଇଁ ସମସ୍ୟା ହୋଇପାରେ।
ଫିଚର୍ସ ଏବଂ ଆସେସୋରିଜ୍
ଏହି ବାଇକ୍ରେ ଉପଲବ୍ଧ ଫିଚର୍ସ ଗୁଡ଼ିକ ବିଷୟରେ କହିବାକୁ ଗଲେ, ସାଧାରଣ ଫିଚର୍ସ ଗୁଡ଼ିକ ବ୍ୟତୀତ, ଏଥିରେ ତିନୋଟି ଟ୍ରାକ୍ସନ୍ କଣ୍ଟ୍ରୋଲ୍ ମୋଡ୍, ସ୍ୱିଚ୍ଯୋଗ୍ୟ ABS, ରାଇଡ୍-ବାଏ-ୱାୟାର ଥ୍ରୋଟଲ୍, ଆସିଷ୍ଟ ଏବଂ ସ୍ଲିପର କ୍ଲଚ୍ ଏବଂ USB ଚାର୍ଜିଂ ପୋର୍ଟ ରହିଛି।
ଆସେସୋରିଜ୍ ଦୃଷ୍ଟିରୁ, ଏଥିରେ ଏକ ବଡି-ରଙ୍ଗ ଫ୍ଲାଏସ୍କ୍ରିନ୍ ଏବଂ ଫ୍ରଣ୍ଟ ଫେଣ୍ଡର୍ ଅଛି, ଯାହା ଆମେ ଭାବୁଛୁ ଯେ ଏହାକୁ ବେସ୍ ମଡେଲ୍ ଅପେକ୍ଷା ଭଲ ଏବଂ ଅଧିକ ଦୃଢ଼ କରିଥାଏ। ଏହା ବ୍ୟତୀତ, ବାଇକ୍ରେ ଆଲୁମିନିୟମ ସମ୍ପ୍ ଗାର୍ଡ ଏବଂ ଇଞ୍ଜିନ୍ କ୍ରାସ୍ ଗାର୍ଡ ରହିଛି ଯାହା ପୂର୍ବରୁ Scrambler 400X ରେ ଆସୁଛି।
ରଙ୍ଗ ବିକଳ୍ପଗୁଡ଼ିକ
ବାଇକ୍ରେ ରେ ତିନୋଟି ନୂତନ ରଙ୍ଗ ବିକଳ୍ପରେ ଉପଲବ୍ଧ, ଯାହା କି Racing Yellow, Storm Grey, ଏବଂ Vanilla White ଭଳି କଲର ଅଛି।
ଟ୍ରାୟମ୍ଫ ସ୍କ୍ରାମ୍ବଲର୍ 400 XC ର ପ୍ରତିଦ୍ୱନ୍ଦ୍ୱୀ କିଏ କିଏ?
ପ୍ରତିଯୋଗିତା ବିଷୟରେ କହିବାକୁ ଗଲେ, ଏହି ବାଇକ୍ Royal Enfield Scram 440 ଏବଂ Yezdi Scrambler ଭଳି ବାଇକ୍ ସହିତ ପ୍ରତିଯୋଗିତା କରିବ, ଯାହା ସେମାନଙ୍କର ଲୁକ୍ ଏବଂ ପ୍ରଦର୍ଶନ ପାଇଁ ଭାରତୀୟ ବଜାରରେ ପୂର୍ବରୁ ପ୍ରସିଦ୍ଧ।
ଉପସଂହାର (Conclusion)
ଯଦି ଆପଣ ଅଫ୍-ରୋଡିଂ କିମ୍ବା ଆଡଭେଞ୍ଚର ପ୍ରେମୀ କିମ୍ବା ଏକ ଆଡଭେଞ୍ଚର ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ଟ୍ରାୟମ୍ଫ ସ୍କ୍ରାମ୍ବଲର 400 XC ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ଏହି ବାଇକ୍ଟି Scrambler 400 Xର ଏକ ଅପଡେଟେଡ୍ ମଡେଲ୍ ଯାହା ଟ୍ୟୁବଲେସ୍, କ୍ରସ୍-ସ୍ପୋକ୍ ଚକ ସହିତ ଉପଲବ୍ଧ, ଯାହାର ସମ୍ପୂର୍ଣ୍ଣ ବିବରଣୀ “Adventure ପାଇଁ Triumph Scrambler 400 XC (ଟ୍ରାୟମ୍ଫ ସ୍କ୍ରାମ୍ବଲର୍ 400 XC) କୁ 2025 ମସିହା ରେ କିଣିବା ଉଚିତ କି?” ମାଧ୍ୟମରେ ଦିଆଯାଇଛି। ଯଦି ଆପଣ ଏହି ବାଇକ୍ ଟିକୁ କିଣିବାକୁ ଚାହୁଁଛନ୍ତି କିମ୍ବା ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ Bikewale ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ, ସବୁ କିଛି ଜାଣି ପାରିବେ।